Bihare dharare basanta aja
ବିହରେ ଧରାରେ ବସନ୍ତ ଆଜ
Text
Ghoṣā
ବିହରେ ଧରାରେ ବସନ୍ତ ଆଜ ପ୍ରକୃତି ସୁନ୍ଦରୀ ନବବେଶେ ସାଜ
1
ଜାଇ ଯୂଇ ମଲ୍ଲୀ କୁଞ୍ଜ କାନନରେ ସୁବାସ ପ୍ରକାଶି ଜବା ମନ ହରେ । (ପଡ଼ି) କୋଇଲି ପଞ୍ଚମ ତାନରେ ଆନରେ ଏ କି ମାନରେ କୁମୁଦିନୀ ସଙ୍ଗେ ରଙ୍ଗରେ ମଧୁରେ ମଧୁପ ମଧୁପାନ କରେ
2
ମଳୟ ମରୁତ ମହକ ଦେଲାତ ରସାଇ ରସିକ ମହତ ନେଲାତ । (ପଡ଼ି) କୁନ୍ଦଜରଜର ମନ୍ଦହାସିନୀ ଅଙ୍ଗେ ବୋଳି ସୁଗନ୍ଧି ଚନ୍ଦନ ଚୁମ୍ବି ଚନ୍ଦ୍ରସୁଭାନରେ କବିଚନ୍ଦ୍ର ରସେ ଯାମିନୀ ନାଗରେ