Gīta

Syama lagi e jibana jiba go

ଶ୍ୟାମ ଲାଗି ଏ ଜୀବନ ଯିବ ଗୋ

Text

Ghoṣā

ଶ୍ୟାମ ଲାଗି ଏ ଜୀବନ ଯିବ ଗୋ ଏତିକି ତାହାଙ୍କୁ ଜଣାଇଦେବ ଗୋ

1

ତାଙ୍କୁ କରି ଗଳାହାର କୁଳରୁ ହେଲି ବାହାର ଜାଣିନଥିଲି ତା କୂଟ ଭାବ ଗୋ

2

ସେ ନଟନାଗର ବର କରିଦେଲେ ମନୁ ପର ମଦନ ଦେଉଛି ପରାଭବ ଗୋ

3

ସଖୀ ସେ ମୁରଲୀଧାରୀ କରିବେ ବୋଲି ଏପରି କାହା ମନେ ଥିଲେ ଭାବ ଗୋ

4

କବି ବେଣୁଧର ଭଣି କେ ଆନ କରିବ ପୁଣି କପାଳରେ ଯାହା ଲେଖା ଥିବ ଗୋ

Sources

Cite this record


Last updated 2026-11-01. Record as JSON