Parana sangini aja
ପରାଣ ସଙ୍ଗିନୀ ଆଜ
Text
Ghoṣā
ପରାଣ ସଙ୍ଗିନୀ ଆଜ ପର ପରା ଯା କଲେ ଗୋ ବ୍ରଜ ରସିକରାଜ
1
ଖରାଂଶୁ ତନୟା ତଟେ । ଧରା ପଡ଼ିଗଲି ବାଟେ । ସରାଗର ଚାହିଁଦେଲି ନନ୍ଦଆତ୍ମଜ
2
ହରାରି ହୋଇଣ ବାଦୀ । ଶରାସନେ ଶର ସନ୍ଧି । ପରାଭବ ଦେଲା ଯେତେ କହିବା ଲାଜ
3
ମରାଳଗତି ନବୀନା । ବରାଙ୍ଗିନୀ ମୁଁ ତୋ କିଣା । ଥରାଇଲେ ଏହା କହି ସଖୀ ସମାଜ
4
ହରାଇ ବସିଲି ବୁଦ୍ଧି । ସରାଇ ଲାଜ ଅବଧି । କରାଇଲେ ଯାହା ନ ରହିଲା ଧଇର୍ଯ୍ୟ
5
ତାରାପତି ବେଣୁଧର । ସେ ରାଜୀବାକ୍ଷ ପୟର । ବେରାଜି ହେବ କି ଶ୍ୟାମ ଧଇଲେ ଭୁଜ