Gīta

Sakhi se mohanare priti kari

ସଖୀ ସେ ମୋହନରେ ପ୍ରୀତି କରି

Text

Ghoṣā

ସଖୀ ସେ ମୋହନରେ ପ୍ରୀତି କରି ହେଲି ସିନା ମୁଁ ଏବେ ଏତେ ସରି

1

ପୋଡ଼ୁ ଏ କପାଳ ଦଶା ହେଲି ଯା ଭଗାରୀ ହସା ନିନ୍ଦା ଅପବାଦରେ ମୁଁ ଗଲି ସରି

2

କେ ଜାଣିଥିଲା ଏପରି କରିବେ ବୋଲି ଶ୍ରୀ ହରି ଦିନ ସରୁ ନାହିଁ ମିତ ଡରି ଡରି

3

ଏ ବ୍ରଜବଜାର ଯାକ ବାଜେ ଅକୀର୍ତ୍ତି ଟମକ ନିରନ୍ତରେ ନେତ୍ରୁ ଝରେ ଅଶ୍ରୁବାରି

4

କବି ବେଣୁଧର ଭଣି ଦୂତୀ ଭାଷେ ପ୍ରୀତି ବାଣୀ ହେଟି ଅଇଲେଣି ସେ ମୁରଲୀଧାରୀ

Sources

Cite this record


Last updated 2026-11-01. Record as JSON