Gīta

Pheri pheri ana ana eninayana

ଫେରି ଫେରି ଅନା ଅନା ଏଣୀନୟନା

Text

Ghoṣā

ଫେରି ଫେରି ଅନା ଅନା ଏଣୀନୟନା ଝୁରି ଝୁରି ତୋ ବିନାରେ ସରେ ମୋହନା

1

ଏକେ ତ ସେ କଳା ଡୋଳା କାଳିଆ କଜ୍ଜ୍ୱଳ ବୋଳା ବିରହେ କି ରହେ ସହୀ କାଳିଆସୁନା । (ପଡ଼ି) କୁଞ୍ଜବନେ ଯେବେ ମଧୁମଳୟ ଭରେ ସଞ୍ଜ ହେରି ତାର ନୀର ନିରତେ ଝରେ ମାନ ମନୁ ବାରିଦେ ରେ ସୁବଦନା

2

କାମ କମାଣ ତୋ ଭୂରୁ ଶ୍ୟାମ ତ ଜୁହାରେ ଦୂରୁ ଚଳାଇ ମରମ ତାର ନ କର ଚୂନା । (ପଡ଼ି) ଆନ ମାନ ମୋର ଆନ ମନେ ନ ଧର ନ ଧର ଅଧରୁ ତୁ ବରଷ ମଧୁ ଧାର ଭାଷ ଭାଷ ରସଭାଷ ବୀଣାଜିଣା

3

କର କଙ୍କଣ ମଣି କାଚକଣି ତୁ ମଣି ଦୂରେ ବରଜି ଗୋରୀ ଝୁରି ସରନା । (ପଡ଼ି) ଆରେ ଗଜଗତି ମନମୋହନା ଗତି କବିଶଶୀ ବଦତି ହସିବେଟି ଅରାତି ଆସେ ନିଶି ସରି ଆଉ ତୁ ରୁଷନା

Sources

Cite this record


Last updated 2026-11-01. Record as JSON