Sajani ki laje sarili
ସଜନୀ କି ଲାଜେ ସରଲିଡରି ମରୁଥାଏଁ ଯାରେ ତା ନଜରେ ପଡ଼ିଲି । ଘୋଷା । କାଲି ଗୋ ଯମୁନା ନୀରେଅବଗାହୁଥିଲି ମୁଁ ରେଘାଟେ ସେ ମୁରଲୀ ସୁରେରାଧା ରାଧା ଡାକେ ଧୀରେନ ଜାଣି ଯା ଫେରି ଚାହିଁଲି । ୧ । (ପଡ଼ି)କୁଟିଳା ନଣନ୍ଦ ଥାଇକଲା ଗୋ ଯେତେକ ଟାହିବିବେକ ବିଚାର ନାହିଁଜୀଇଁ ଥାଇ ସତେ ମରିଲି । ୨ । ଆସୁଥିଲି ବ୍ରଜ ପଥେସେ ଥିଲା ଅଜଣା ମୋତେଓଗାଳିଲା ପଥ ସେତେବିନୟୀ କହିଲି ଯେତେଲାଜ […]
Text
Ghoṣā
ସଜନୀ କି ଲାଜେ ସରଲି ଡରି ମରୁଥାଏଁ ଯାରେ ତା ନଜରେ ପଡ଼ିଲି
1
କାଲି ଗୋ ଯମୁନା ନୀରେ ଅବଗାହୁଥିଲି ମୁଁ ରେ ଘାଟେ ସେ ମୁରଲୀ ସୁରେ ରାଧା ରାଧା ଡାକେ ଧୀରେ ନ ଜାଣି ଯା ଫେରି ଚାହିଁଲି
2
(ପଡ଼ି) କୁଟିଳା ନଣନ୍ଦ ଥାଇ କଲା ଗୋ ଯେତେକ ଟାହି ବିବେକ ବିଚାର ନାହିଁ ଜୀଇଁ ଥାଇ ସତେ ମରିଲି
3
ଆସୁଥିଲି ବ୍ରଜ ପଥେ ସେ ଥିଲା ଅଜଣା ମୋତେ ଓଗାଳିଲା ପଥ ସେତେ ବିନୟୀ କହିଲି ଯେତେ ଲାଜ ମାନ ସବୁ ହାରିଲି
4
(ପଡ଼ି) କବିଶଶୀ କହେ ରାଈ ତୋ ଲାଗି କଳା କହ୍ନାଇ ଶିଖେ ମୁରଲୀ ବଜାଇ ରାଧା ରାଧା ଗାଇ ଗାଇ ନ ଜାଣୁ କି ସେ ତୋର ବୋଲି