Gīta

Sari gali laje sajani

ସରିଗଲି ଲାଜେ ସଜନୀ

Text

Ghoṣā

ସରିଗଲି ଲାଜେ ସଜନୀ ସଜାଡ଼ି କୁସୁମ ଶେଯ ଜଗି ସାରା ରଜନୀ

1

କଣ୍ଟ ଦେଇ ବେଣୁଧର ରହିଲେ ଗୋ କାହା ପୁର ଚାହିଁ ବସିଥିଲି ପଥ ସାଜି ତନୁ ନ ଜାଣି

2

ଶଶୀ ଆସି ଗଲା ଫେରି ମଳୟ ହେଲା ଭଗାରି ନୟନୁ ଯମୁନା ବାରି ବହିଲା ଗୋ ଉଜାଣି

3

ଶ୍ୟାମ ସୋହାଗିନୀ ବୋଲି ବରଜେ ଯା ଶୁଣିଥିଲି ମନର ଗରବ ମୋର ମନ ତଳେ ମଲାଣି

4

କବିଚନ୍ଦ୍ର କହେ ରାଇ ଭାବର ନାଗର ସେହି ବିରହ ବିନା ମିଳନ ସୁଖ କି ରାଇମଣି

Sarigali Laje Sajani

Sources

Cite this record


Last updated 2026-11-01. Record as JSON