Gīta

Nahi nahi mu ja kahili

ନାହିଁ ନାହିଁ ମୁଁ ଯା କହିଲି

Text

Ghoṣā

ନାହିଁ ନାହିଁ ମୁଁ ଯା କହିଲି ମାନ ମାରି ଆନ ମାନ ଦେଲି

1

ମାଧବୀ ଚାନ୍ଦିନୀ ରାତି । ମାଧବ ଥିଲେ ମୋ ସାଥୀ । ପଥରେ ବନ୍ଧାଇ ଛତି ଗୁମାନେ ଯା ନ ଚାହିଁଲି

2

କର ଧରି କେତେ ମୋର । ରଚିଲେ ଗୋ ଚାଟୁ ଗିର । ପର ପରା କରି ତାର ପରାଭବ ମୁଁ ସହିଲି

3

ଦୂରେ ଯା ବସିଲି ଘୁଞ୍ଚି । ଗରବ ରଖିଲି ସଞ୍ଚି । ଧାର ଆଖି ନୀର ସିଞ୍ଚି ଜୀବେ ଯା ବଞ୍ଚି ରହିଲି

4

କବିଚନ୍ଦ୍ର କହେ ଧୀରା । ଆପେ ତୁ ନ ଦେଲୁ ଧରା । ଏ ନୁହେଁ ସୁଆଗ ଧରା ହୁଡ଼ିଲୁ ପୀରତି ଚାଲି

Sources

Cite this record


Last updated 2026-11-01. Record as JSON