Manda hasini re kunda pasanda dasana
ମନ୍ଦହାସିନୀ ରେ କୁନ୍ଦ ପସନ୍ଦ ଦଶନା
Text
Ghoṣā
ମନ୍ଦହାସିନୀ ରେ କୁନ୍ଦ ପସନ୍ଦ ଦଶନା ଅରବିନ୍ଦ ଲପନା ତୁ ରୁଷି ବସନା ନବୀନା
1
ଅନା ରେ ସଜନୀ ଅନା ମନ ମୋହନା ତୋ ବିନା ମୋହନ ମୁରଲୀ ଘେନା ପାଶୋରି ଦେଲାଣି ସିନା (ପଡ଼ି) ଯମୁନା ତଟ ପଟ ନୀପ ବନ ନିକଟ ନଟନ ତେଜି ନଟ ଧରା ଲୁଟେ ନିପଟ ଝୁରି କିଶୋରୀ ଗୋରୀ ସେ ତ ଗଲାଣି ସରି ବର ବରନା ମାନ କରନା
2
ତୋ ଲାଗି ରେ ପୀତପଟ ଆଦିରିଛି ପୀତ ପଟ ନ ମାନି ଯେତେ ଆକଟ ସବୁ କରି ପିଠି ପଟ (ପଡ଼ି) ମୁରଲୀ ଧରି କରେ ତୋ ନାମ ରଟେ ସେ ରେ ଏ ବରଜ ବଜାରେ ଥାଉ ଗୋଈ ହଜାରେ କବିଶଶୀ ପଚାରେ ଆନେ କି ଯାଏ ରସେ କାଳିଆ ସୁନା କହ ନବୀନା