Gīta

Baraja bidhure ana

ବରଜ ବିଧୁରେ ଅନା

Text

Ghoṣā

ବରଜ ବିଧୁରେ ଅନା ଅନା ଫେରି ସହୀ ରେ ନୀରଜ ନୟନୁ ନୀର ଝରି ପଡ଼େ ମହୀରେ

1

ଘୋର ଶୀତ ଆସେ ମାଡ଼ି ଘେରିଲା ଘନ କୁହୁଡ଼ି ଏ କାଳେ ତୋ ମାନ ଗୋରୀ ଦିଏ ମନ ଦହି ରେ

2

କୁମୁଦ ଗଲା ମଉଳି ଶଶୀ ତ ନ ଗଲା ଟଳି ତା ସରିକି ପ୍ରୀତି ରୀତି ଭାଳୁ ଚାନ୍ଦମୁହୀଁ ରେ

3

ରବି କମଳ ମିଳନ ସୁସାର ନୁହଁ ରେ ଧନ ଘେନାଘେନି କରି ମନ ଲୁଚେ ନିଶି କାହିଁ ରେ

4

ଯାଏ ବିତି ହିମ ରାତି କବିଶଶୀ ଏ ବଦତି କ୍ଷୀର ନୀର ସରି ସାରା ସରାଗ ତୋ ଚାହିଁ ରେ

Sources

Cite this record


Last updated 2026-11-01. Record as JSON