Gīta

Naba nabina re nisi sare ana

ନବ ନବୀନା ରେ ନିଶି ସରେ ଅନା

Text

Ghoṣā

ନବ ନବୀନା ରେ ନିଶି ସରେ ଅନା

1

କେଶର କୁଞ୍ଜେ ମଧୁପ ଗୁଞ୍ଜେ ଉଷା ନାଗରୀ ଶ୍ରୀମୁଖ ରଞ୍ଜେ । (ପଡ଼ି) ହୋଇ ବିବେକବତୀ ଚାହିଁ ରହିଲୁ କ୍ଷିତି କାହିଁ ଥିଲା ଏ ରୀତି ବାଇ ହେଲାକି ମତି ଲପନ ଟେକରେ ଧନ ମୋହନ ସରେ ତୋ ବିନା

2

କାହିଁକି ଗୋରୀ ଏ ତୋର ରୁଷା ବରଜ ସାରା ଭଗାରିହସା । (ପଡ଼ି) ହେରି ନବ ଅରୁଣ ଶିରୀ ହାରି ନଳିନ ଭରି ନୟନେ ବନ ଘାରି ନେଲା ସମାନ ବରଜ କିଶୋରୀ ପରେ ଝୁରିହେବା ସାର ସିନା

3

ଶ୍ୟାମରେ ବିମନା ନ ହୁଅ ସୁମନା ନୀଳମଣି ହାର କରରେ ଶୋଭନା । (ପଡ଼ି) ସୁନା ବରନା ମାନ ଘେନା କର ମୋ ଆନ ଚୂନା ନ କର ମନ କହ୍ନା ନୁହଇ ଆନ ଅଣାଅ କୁଞ୍ଜ ତଳପେ କବିଶଶୀ କରେ ଜଣା

Sources

Cite this record


Last updated 2026-11-01. Record as JSON