E guru girisama garu hela re sakhi
ଏ ଗୁରୁ ଗିରୀଷମ ଗରୁ ହେଲାରେ ସଖୀ
Text
Ghoṣā
ଏ ଗୁରୁ ଗିରୀଷମ ଗରୁ ହେଲାରେ ସଖୀ ଝାଞ୍ଜି ପରଖରେ ବହିଲା ରେ ସରିତ ଝୁରି ସରି ସୁବେଶ ପରିହରି କଷାୟ ବାସେ ତନୁ ଛାଇଲା ରେ
1
ନୀଳ ନିଚୋଳ ତେଜି ବସନ୍ତ ସଙ୍ଗେ ହେଜି ଲତିକା ଶିରୀହରା ହୋଇଲା ରେ ଅଗୁରୁ ଗନ୍ଧସାର ହେଲା ତ ନାରଖାର ଗୋଳା ଗରଳ ସରି ଦହିଲା ରେ । (ପଡ଼ି) ନଳିନୀ ଦଳ ଶେଯେ ଝାମ ଯାଉଛି ସେ ଯେ ନଳିନଦେହା ଏହା ସହିଲା ରେ ଅନୁଭବ ଯାହାର ମନୁ ଯିବ କି ତାର କବିଚନ୍ଦ୍ର ଏ ରସେ କହିଲା ରେ