Saja saja saroja siri mukhiki
ସାଜ ସଜ ସରୋଜ ଶିରୀମୁଖୀକି
Text
Ghoṣā
ସାଜ ସଜ ସରୋଜ ଶିରୀମୁଖୀକି ଲାଜ ଲାଜ ଆଉ କି ସାଜେ ସଖୀ
1
ତମାଳ ତଳେ ପରା ଝୁରେ ମୁରଲୀଧରା ଧୀରା ତୋ ପଥ ସାରା ରହେ ଟାକି । (ପଡ଼ି) କୁହୁକୁ କୁହୁ ବୋଲି କୋଇଲି ଗାଏ କୁଞ୍ଜବନ ବାସ ଫୁଲ ବିଛାଏ ଗଗନେ ରସି ଶଶୀ ଗଲାନି ପରଶି ବରଜ ମଲ୍ଲୀ । ନାଚିଲା ଫୁଲି । ଛବି ନିରେଖି
2
ସରସ ଗଜଗତି । ଆରେ ସୁରସବତୀ । ମନ ମୋହନା ଗତି ତୁହି ସିନା । (ପଡ଼ି) କଞ୍ଜ ପଦତଳେ ଅଳତା ରଞ୍ଜ ମାଧବୀ ବନେ ଢଳି ଆସିଲା ସଞ୍ଜ ମଧୁ ମୁରଲୀ ଧନୀ ତୋ ନାମ ଫୁକାରି କାନନ ଭରି । ଶୁଣରେ ଗୋରୀ । ଥକିଲା ଡାକି
3
ଉଛୁର କରନାରେ । କେତକୀ ବରନାରେ । ଅନା ଥରେ ଅନା ରେ ମେଲି ଆଖି । (ପଡ଼ି) ବନ୍ଦେ କବିଶଶୀ ଚରଣ ଧ୍ୟାୟି ମୋହନ ଗତି ଧନୀ ତୋ ବିନୁ ନାହିଁ ମାନ ବରଜି ଚଳ ସରାଗ ସରଜି ମଦନ ଛାର । ପରାଣ ତାର । ଦେବଟି ବିକି