Gīta

Pheri ja re ja syama

ଫେରିଯା ରେ ଯା ଶ୍ୟାମ

Text

Ghoṣā

ଫେରିଯା ରେ ଯା ଶ୍ୟାମ ଫେରିଯା ରେ ଯା ଯା

1

କିଶୋରୀ ହେମଗୋରୀ ମରୁ ପଛେ ସେ ଝୁରି ତୋ ପଥ ଅନୁସରି ତୁ ଶଠ ରାଜା ଯା ଯା ଯା

2

ନାହିଁ ତୋ ପୀତପଟ ସତ କହ କପଟ କଲା କି କେ ଆକଟ ତୋ ରୂପ ସଜା ଯା ଯା ଯା

3

ଆଣିଦେବି ମୁକୁର ଦେଖ ଦେଖ ମୁକର ଶିରେ ସିନ୍ଦୂର ଗାର ନାହିଁ କି ଲଜ୍ଜା ଯା ଯା ଯା

4

କବିଶଶୀ ବଦତି କାହ୍ନୁ ଏ କି ତୋ ରୀତି ବିରହରେ ଶ୍ରୀମତୀ ଭୋଗୁଛି ସଜା ଯା ଯା ଯା

Sources

Cite this record


Last updated 2026-11-01. Record as JSON