Suna barana jati mati mohana
ସୁନା ବରନା ଯତି ମତି ମୋହନା
Text
Ghoṣā
ସୁନା ବରନା ଯତି ମତି ମୋହନା ସୁମନା ରୁଷନା ମାନ ମନା
1
(ଧନୀ) ବରଜ ସାରା ବାଜେ ନାଗରା ଧୀରା ନାଗରୀ ହୀରା ମୋହନ ଶିରଝରା ମାନେ ବସନା (ପଡ଼ି) ଗୋରୀ ତୋରେ ଝୁରି ମୋହନ ଶିରୀ ହାରି ସୁମନ ବାସି ସରି ଗଲାଣି ଝାଉଁଳି ନାହିଁ ନାହିଁ କରନା ନବୀନା
2
ଅନାରେ ସହି ଚନ୍ଦ୍ରମା ମୁହୀଁ କରେ ମୁରଲୀ ନାହିଁ ଗାଇ ତୋ ଗୁଣ ବାଇ ଛଇଳ କାହ୍ନା (ପଡ଼ି) ରାଧା ରୁଷିଛି ମାନେ ବସିଛି ଭଗାରୀ କରେ ଛି ଛି କବିଶଶୀ ଭଣୁଛି ଜନେ ହସାନା