Gīta

Chhaila rusi basana chandranana

ଛଇଳା ରୁଷି ବସନା ଚନ୍ଦ୍ରାନନା

Text

Ghoṣā

ଛଇଳା ରୁଷି ବସନା ଚନ୍ଦ୍ରାନନା

1

ମାନ ତେଜରେ ଆନ ମୋର ବାରେ ତୁ ଘେନ ମାନ ବଚନ ଅବଧାନ କର ମୋ ଧନ । ସହୀ ମହୀକି ଚାହିଁ ନାହିଁ ନାହିଁ ରଟନା ରେ ସୁମନା

2

ଚାନ୍ଦ ସୁନ୍ଦର ମୁଖ ଫୁଲାଇ ଦେଉ ଦୁଃଖ ଟେକ ଲପନ ଟେକ କିଣାଜନେ ନିରେଖ । (ପଡ଼ି— ତ୍ରିପଟା) ମାର ମାରଣେ ମରିବାର ଯେବେ ଗୋ ସାର ଧିକ ବାଳୁତ କାଳୁ ଅନୁସରିଥିବାର କମ ନୟନୁ ନୀର ଧାର ଧାର ଝରାନା ରେ ନବୀନା

3

ଦୟାବତୀ ବୋଲାଇ ଡିଣ୍ଡିମ ବାଜୁଥାଇ ଏ କି ଗୁମାନ ସହୀ ଦିନେ ତ ଦେଖା ନାହିଁ । (ପଡ଼ି— ତ୍ରିପଟା) ଦାସ ନାଶରେ ଅପଯଶ ତୁ ନ ଅରଜ ଧରୁଛି ପାଣି ଗୁଣମଣି ରୁଷା ବରଜ କବିଶଶୀରେ ଅନା କାନ୍ତ ହେମବରନା ରେ ଶୋଭନା

Sources

Cite this record


Last updated 2026-11-01. Record as JSON