Gīta

Dhale ta dhalilu nahi

ଢାଳେ ତ ଢାଳିଲୁ ନାହିଁ

Text

Ghoṣā

ଢାଳେ ତ ଢାଳିଲୁ ନାହିଁ କୃପାସୁଧା ଝରିକି ରେ

1

ଢକ୍କା ବାଜୁଥାଇ ବ୍ରଜେ ଲଳିତାର ହୃଦମ୍ବୁଜେ କରୁଣା ଅଛି ବୋଲି ଯା ନେଲା କେ ତା ହରି କି ରେ

2

ଢୁଳାଇଲା ପରି ଢଳି ତଳେ ପଡ଼ିଯିବା ଭଳି ହେଲିନି ଯେ କୁନ୍ଦକଳିଦଶନା ଏ ସରିକି ରେ

3

ଢୁକାଇ ଦେଲେ ତୃଷିତ ଚକୋର ଚଞ୍ଚୁରେ ଶୀତ -ଭାନୁ ଚନ୍ଦ୍ରିକାକୁ ବିତ୍ତ ଯାଏ କିଛି ସରିକି ରେ

4

ଢୋକୁଟିକୁ ସିନା ହଟି ମୋ ସାର ଯାଉଛି ତୁଟି ପିଇ ଦିଅନ୍ତି କି ଗୋଟିଯାକ ସେ କିଶୋରୀକି ରେ

5

ଢବା ତନାବିରୁ ଗୋପ ନଗରୀର ବନ୍ଦେ ଭୂପ ବାଲୁକେଶ ଦେବ ନୀପକୁଞ୍ଜପୁଞ୍ଜ ସରିକି ରେ

Sources

Cite this record


Last updated 2026-11-01. Record as JSON