Chhalabahinisa he chhada
ଛଳବାହିନୀଶ ହେ ଛାଡ଼
Text
Ghoṣā
ଛଳବାହିନୀଶ ହେ ଛାଡ଼ ଏ ସାହସ ହେ
1
ଛବି ତ ଆବିଳ ଦିଶେ ଛପିବାରେ ଅଛି କି ସେ
2
ଛଟା କାହା କଟାକ୍ଷର ଛୁରୀ ହେଲା କି ବକ୍ଷର
3
ଛେଲରୁ ତ ଚିନ୍ତା ବଳି ଛାତିରେ ଗଲାଣି ଗଳି
4
ଛୁଟିଯାଇ ବିଚେତନା ଛଟପଟ ହେବ ସିନା
5
ଛଣା ସୁଧା ପରି ଦିଶେ ଛୁଇଁଦେଲେ ବିଷଟି ସେ
6
ଛନ୍ଦି ମନ ତୁମ୍ଭ ଗୁଣେ ଛ ଦୁଇ ଦୁର୍ଗେଶ ଭଣେ