Jhagadi matra hela he syama
ଝଗଡ଼ି ମାତ୍ର ହେଲ ହେ ଶ୍ୟାମ
Text
Ghoṣā
ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝିମୁଟ ହେବାକୁ ସହସ୍ର ଯାମ
1
ଝାଉଁଳିବା ନବ ତମାଳ ରମା ଝିଙ୍କି ଆଣି ଅଙ୍ଗେ କଲଣି ଜମା
2
ଝଡ଼ିବ ବଳ କୋମଳ ଛାତିରୁ ଝଷଧ୍ୱଜ ପୀଡ଼ା ଝାଞ୍ଜି ତାତିରୁ
3
ଝୁମି ଝୁମି ଲୁଠି ପୃଷ୍ଠେ ରସାର ଝୁରିବାର ଏକା ହୋଇବ ସାର
4
ଝଳି ପାଞ୍ଚାଳୀ ଝଟକେ ନାହିଁ କି ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି
5
ଝଲକି ଗଲ କୃଷ୍ଣ ଅକାରଣେ ଝାଡ଼ଖଣ୍ଡ ରସା ବାଦସା ଭଣେ