Na bhanga re subhangi
ନ ଭାଙ୍ଗ ରେ ଶୁଭାଙ୍ଗୀ
Text
Ghoṣā
ନ ଭାଙ୍ଗ ରେ ଶୁଭାଙ୍ଗୀ ଭାରତୀ ହୁଅ ସାହା
1
ନୋହିଲେ ତୁ ପରିତ୍ରାଣ ନିର୍ଦ୍ଦୟ ନତନୁ ବାଣ ନିଃଶେଷ କଲାଟି ଦେହ ଲାହା
2
ନୀପକୁଞ୍ଜ ଉପକଣ୍ଠେ ନ୍ୟସ୍ତ କରାଅ ମୋ କଣ୍ଠେ ନାଗରୀନ୍ଦ୍ର ନିରୁପମ ବାହା
3
ନେତ୍ରାନ୍ତ ବିଳାସ ତାର ନିଦାନ ଏ ଅବସ୍ଥାର ନିରେଖି ଉଚ୍ଚାରୁ ଥରେ ଆହା
4
ନିଶ୍ଚୟ ଏ ଘେନ ଚିତ୍ତେ ନ ଜୀଇବି କଦାଚିତେ ନ ବତାଇଲେ ତୁ ସୁଖ ରାହା
5
ନାଥ ଅଷ୍ଟଦୁର୍ଗର ଯେ ନିତି ସେ ମୋ ପାଦେ ଭଜେ ନିନ୍ଦିବଟି ନ କଲେ ତୁ ତାହା