Thika tha bartula chandranana
ଠିକ ଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ
Text
Ghoṣā
ଠିକ ଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ
1
ଠକ ରୀତି ନ ଆଚରି ମୋ କଦନକୁ ବିଚାରି ଅକପଟ ତ୍ରାଣବିଧି ଉଚିତରେ
2
ଠଣା ଠୁଙ୍କି ତାପ ତ୍ରାସ ମୁଣ୍ଡେ ମନମଥ ପାଶ ବନ୍ଧନ କର ତୁ ପରା ମୋଚିତରେ
3
ଠଉରାଇ ଅବସର କଲେ ତୁ ପ୍ରସଙ୍ଗ ମୋର ଯିବ ରାଜୀବନେତ୍ରାକୁ ରୁଚିତରେ
4
ଠୋ କରି ଛିଣ୍ଡାଇ ଦେ ନା ପ୍ରିୟସଖୀ ମୋ ବେଦନା ନ ଲାଗଇ ନିକି ତତେ କିଞ୍ଚିତରେ
5
ଠାରିଦେଲେ ନେତ୍ରାଞ୍ଚଳେ ବିଜନ ସ୍ଥଳେ ସେ ବଳେ ବିରାଜିବ କ୍ଷଣରୁଚି ଉଚିତରେ
6
ଠାକୁର ଠାକୁରାଣୀଙ୍କ ପଦାମ୍ବୁଜ ଧ୍ୟାନରଙ୍କ ନୃପ ଜଗଦ୍ଦେବ କରେ ରଚିତରେ