Dara nahin ki he
ଡର ନାହିଁକି ହେ
Text
Ghoṣā
ଡର ନାହିଁକି ହେ ପର ତରୁଣୀ ହରଣୁ ଡୋର ଲାଗି ଘେର ପଡ଼ିବ ଯେ ହେବ ଚୋର ପରି ଆଚରଣୁ
1
ଡୋଳା ପ୍ରତିମାକୁ ପରାୟେ ତୁମ୍ଭଙ୍କୁ ଯଶୋଦା ଅଛନ୍ତି ପାଳି ଡୁବିବଟି ଧନ କେଳିକି ମୋହନ ଲୋଡ଼ୁଛ ଯେ କୁଳପାଳି
2
ଡକା ଦେବା ଦିନେ ଅରିଷ୍ଟେ ଉତ୍ତାନେ ଦେଖିଛୁ ଶକଟ ଦଶା ଡାକିମଧ୍ୟମାକୁ ଡାକି ଆଣିବାକୁ ଏଠାକୁ କାହା ଭରସା
3
ଡବ ଡବ ବାରି ନିଃସରିବ ଚାରି ପହରେ ନୟନ ଯୁଗୁଁ ଡହ ଡହ ହେବ ମୃଦୁ ଅବୟବ ଶ୍ୟାମ ଶ୍ରୀଅଙ୍ଗୁଟି ଭୋଗୁ
4
ଡାକି ତ ଜାଣ ମୋହନ ବଂଶୀରବେ ବିହର ସୁଖେ ଏ ବନେ ଡୁଇଁ ହେବୁଁ ସିନା ଆମ୍ଭେ ଫଳ ବିନା ନ ପଡ଼ୁ ତା ଆମ୍ଭ କାନେ
5
ଡାଳିମ୍ବ ମଞ୍ଜି ମଞ୍ଜୁଳ ଦଶନା ସେ ଖେଳୁଥାଉ ତୁମ୍ଭ ତୁଲେ ଡେଉଁଥାଅ ବନଯାକ ତୁମ୍ଭ ମନ ଶ୍ରୀ ହରିଚନ୍ଦନ ବୋଲେ