Kahinki aja dwijaraja badane
କାହିଁକି ଆଜ ଦ୍ୱିଜରାଜ ବଦନେ
Text
Ghoṣā
କାହିଁକି ଆଜ ଦ୍ୱିଜରାଜ ବଦନେ ଲାଜ ଭରି କିଶୋରୀ ନ ଚୁମ୍ବାଉ ଗୋ ଅରସବତୀ ଘନକୁନ୍ତଳା ବୋଲି ଜନ ନ ବୋଲନ୍ତୁ ତୋ ଊଣା ଯାଉ ଗୋ
1
ରସାଇବାକୁ ତୋତେ ମିଳିବ ନାହିଁ ରତେ ମୋ ପରି ପରିଜନ ଆଉ ଗୋ
2
ତୋ ବଧୁଲି ଅଧର ସ୍ୱର୍ଗ ସୁଧା ମଧୁର ମୋର ରସନାକୁ ସମଜାଉ ଗୋ । ଜାଣୁ ତ ପ୍ରାଣମିତ ମାର ମାର୍ଗଣ ଜାତ ସମୟ ଏ କେମନ୍ତ ଦାଉ ଗୋ
3
କୋଟିଏ ଅଭଳାଷ ବହି ଆସିଛି ପାଶ ସମ୍ପ୍ରତି ଚରମକୁ ଥାଉ ଗୋ । କୋଳେ ନିଶ୍ଚଳେ ବସ କରି ସବ୍ରୀଡ଼ ହାସ କବିମିହିର ଦୁଃଖ ଯାଉ ଗୋ