Ghana kuntala ago kahinki kara go hela
ଘନକୁନ୍ତଳା ଆଗୋ କାହିଁକି କର ଗୋ ହେଳା
Text
Ghoṣā
ଘନକୁନ୍ତଳା ଆଗୋ କାହିଁକି କର ଗୋ ହେଳା ଯିବା ପରା ଯମୁନା ଗୋ
1
ଆସରେ କୁନ୍ଦନାଙ୍ଗୀ ମୋହନ ପ୍ରାଣସଙ୍ଗୀ ସୁହାସୀ ରାସରଙ୍ଗୀ ଦେଖିବା ଶ୍ୟାମ ଭଙ୍ଗୀ । (ପଡ଼ି) ସେ ଚିତ୍ତଚୋରା ହରି ସଙ୍ଗେ କୁଞ୍ଜେ ବିହରି ତାଙ୍କ ସେବକୀ ପରି ଚଉପାଶରେ ଘେରି ନୃତ୍ୟ ସଙ୍ଗୀତ କରି ମୋହିବା ଏ ଶର୍ବରୀ
2
ଆହା ସେ ନବଘନ ଜିତ ଶ୍ୟାମ ବରନ ମୂରତି କି ଶୋଭନ ହରେ ନୟନ ମନ । (ପଡ଼ି) ବିରହ ବଂଶୀସ୍ୱନ ହଜାଇ ଦିଏ ଜ୍ଞାନ ମାନବତୀ ଗୁମାନ କରି ଦିଅଇ ଶୂନ୍ୟ କୁଳବତୀଙ୍କ ଛିନ୍ନ କରେ ଧୈର୍ଯ୍ୟ ଉଚ୍ଛନ୍ନ
3
ଆହା ସେ ଶ୍ୟାମ ଶୋଭା ଜାତି କୁସୁମ ଗଭା ଦେଖି କେ ଅବା ଲୋଭା ନୋହିବ ତା ପ୍ରତିଭା । (ପଡ଼ି) ଭାଷଇ ବେଣୁଧର ତାଙ୍କୁ ହୃଦରେ ହାର କରନ୍ତି ନିରନ୍ତର ସେ ଭାଗ୍ୟ କାହିଁ ମୋର ସେବି ଛନ୍ଦା ପୟର ହେବି ଏ ଭବୁଁ ପାର