Moha naa re bajana tu
ମୋହ ନାରେ ବାଜନା ତୁ
Text
Ghoṣā
ମୋହ ନାରେ ବାଜନା ତୁ ଏଣିକି ରେ ବାଂଶରୀ ଘେନ ମୋର ବିନୟ ବାଣୀକି
1
ବିଷମ ନଣନ୍ଦ ମୋର । ଶାଶୁ ଗଞ୍ଜଣା ଅପାର । ଏଥିରେ ମୁଁ ଯିବି କହ କେଣିକି ରେ ବାଂଶରୀ
2
କରତାଳି ମାରି ସିନା । ହସିବେ ବ୍ରଜ ଅଙ୍ଗନା । ତାହା ପରି ମୋତେ ଅଛୁ ମଣି କି ରେ ବାଂଶରୀ
3
କେତେ ଯୁବତୀଏ ଗୋପେ । ନାହାନ୍ତି ଅବା ସୁରୂପେ । ଏକା ମୋତେ ବାଦ ସାଧୁ ଜାଣିକି ରେ ବାଂଶରୀ
4
ଆଜୁଁ ତୋତେ ବାରମ୍ବାର । କରୁଛି କୋଟି ଜୁହାର । ଦୀନ ହୀନ ବେଣୁଧର ଭଣିକି ରେ ବାଂଶରୀ