Gostha chandrama asibe aja go saja saja
ଗୋଷ୍ଠଚନ୍ଦ୍ରମା ଆସିବେ ଆଜ ଗୋ
Text
Ghoṣā
ଗୋଷ୍ଠଚନ୍ଦ୍ରମା ଆସିବେ ଆଜ ଗୋ ସାଜ ସଜ
1
ଦେଇଛନ୍ତି ଝରା ଧର ଧୀରାଧୀରା ରାସରଙ୍ଗିନୀ କାହିଁକି ଲାଜ
2
ମୋ ବାଣୀ ପ୍ରତୀତ କର ପ୍ରାଣମିତ ଭାଳୁଭାଳୁ ହୋଇଯିବ ସଞ୍ଜ
3
ଜଗିଛନ୍ତି ବାଟ ଶିଖଣ୍ଡମୁକୁଟ ପଠାଇବୁ ବୋଲି ଲାଗି ସଜ
4
ଘେନି ମୋ ବଚନ ହୁଅ ସୁପ୍ରସନ୍ନ ପରିପନ୍ଥୀଙ୍କର ଭାଙ୍ଗୁ ଓଜ
5
କଙ୍କତି ଟଙ୍କାରି ନଖରେ କିଙ୍କରୀ ଗୋପାଳକୃଷ୍ଣ ବୋଲଇ ବ୍ରଜ