Gīta

Kahalo sajani se kadamba mule

କହ ଲୋ ସଜନୀ ସେ କଦମ୍ବ ମୂଳେ

Text

Ghoṣā

କହ ଲୋ ସଜନୀ ସେ କଦମ୍ବ ମୂଳେ କେ ସେ ନବୀନ ନୀରଦ ତନୁ କେଡ଼େ ଶୋଭା ଦିଶେ

1

କିଶୋର ବୟସ ତାର । ଛବି ଦିଶେ ମନୋହର । ନାଗରୀଙ୍କ ଚିତ୍ତଚୋର ନଟବର ବେଶେ

2

ମନେ କର ବିବେଚନା । ଜାଣେ କି ମନ୍ତ୍ର ରଚନା । ଘେନିଥାଇ ଗୋରଚନା ବିନ୍ଦୁ ଭାଲ ଦିଶେ

3

ମନରେ କି ରୋଷ ବହି । ଅବଳା ବଧିବା ପାଇଁ । ଜାଣିଲି ନିଶ୍ଚୟ ବିହି ଆଣିଛି ଏ ଦେଶେ

4

ବନମାଳୀ ଦାସ ଭଣି । ସେ ପରା ମୁରଲୀପାଣି । ପରଚେ ହେଲେ ତା ଠାରେ ଜାଣିବୁ ତୁ ଯେ ସେ

Sources

Cite this record


Last updated 2026-11-01. Record as JSON