Gīta

Dinu dinu nanda tanaya go

ଦିନୁ ଦିନୁ ନନ୍ଦତନୟ ଗୋ

Text

Ghoṣā

ଦିନୁ ଦିନୁ ନନ୍ଦତନୟ ଗୋ ନବ ନବ ପରା ମିତ ନିତି ଦେଖୁଥିଲେ ପ୍ରୀତି ବଢ଼ୁଥାଇ ତୃପତି ନୁହଇ ଚିତ୍ତ

1

ହାସରେ ସଖି ଭାଷରେ ତାର ପୀୟୂଷ ଯେ ଥାଇ ପୂରି ଶ୍ରୁତିରେ ପଡ଼ି ଧୃତି ନାଶଇ ବୃତ୍ତି ତେଜଇ ନାରୀ

2

ଖଞ୍ଜନ ମୀନ ଗଞ୍ଜନ ମୃଗ କଞ୍ଜ ନୟନ ତାର ଛାତିରେ ପଡ଼ି କାତି ମାରଇ ଜାତି ମଦନ ଶର

3

ଛାଡ଼ି ସବୁ ସଜାଡ଼ିଲା ତନୁ କେତେ କାଳ ବସି ବିହି କାମ ହୋଇଲେ ଝାମ ହୋଇବ ଶ୍ୟାମ ମୂରତି ଚାହିଁ

4

ବନମାଳୀ ବୋଲେ ମନ ମିଳିଗଲେ ବିଶୋରି ନ ପାରେ ଆଖି ଯେତେ ଚିତ୍ତେ ଭାବୁଥିଲେ ପୁଣି କେତେ ନୂଆ ନୂଆ ଦିଶେ ସଖି

Sources

Cite this record


Last updated 2026-11-01. Record as JSON