Syama nagara he e besa hoiba nahi
ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ
Text
Ghoṣā
ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ ଏ ବେଶ ହୋଇଲେ ପାଷାଣ ତରଳେ ଯୁବତୀ ବଞ୍ଚିବେ କାହିଁ
1
ଉଭା ହୋଇଥିବ କଦମ୍ବର ମୂଳେ ନଟବର ବେଶ ହୋଇ ଘେନିଥିବ ଯେବେ ମୋହନ ମୁରଲୀ ଅଧରେ ଚୁମ୍ବିବ ନାହିଁ
2
ପିନ୍ଧିଥିବ ଯେବେ ପୀତାମ୍ବର ତୁମ୍ଭେ ଭୂମିରେ ଲୋଟିବ ନାହିଁ ହସୁଥିବ ଯେବେ ମୃଦୁ ମୃଦୁ ହୋଇ ତେରଛେ ଚାହିଁବ ନାହିଁ
3
ଘେନିଥିବ ଯେବେ ଚନ୍ଦନର ବିନ୍ଦୁ ଗୋରଚନା ଥିବ ନାହିଁ ବାନ୍ଧିଥିବ ଯେବେ ତ୍ରିଭଙ୍ଗିମା ଚୂଳ ଚନ୍ଦ୍ରିକା ଖୋଷିବ ନାହିଁ
4
ଯେତେ ବେଶ ତୋତେ ମନା କଲି ଶ୍ୟାମ ତେତେ ବେଶ ହେଲୁ ତୁହି ବୋଲେ ବନମାଳୀ ଶୁଣ ଗୋ ରାଧିକେ ଏ ବେଶ ତୁମ୍ଭରି ପାଇଁ