Gīta

Priti churi sanadia re

ପ୍ରୀତି ଛୁରୀ ଶାଣଦିଆ ରେ

Text

Ghoṣā

ପ୍ରୀତି ଛୁରୀ ଶାଣଦିଆ ରେ ବାଜିବ ଛାତିକି କର ଲୁହା ରେ

1

ସ୍ନେହ ଲୁହା ଯତ୍ନେ ତତାଇ ଅଶ୍ରୁଜଳ ତହିଁରେ ଦେଇ ମାର କାରିଗର ଯତନେ ଗଢ଼ିଛି ତହିଁରେ କଳଙ୍କ ବିଷ ପିଆ ରେ

2

ଅତି ବଡ଼ ତୀକ୍ଷ୍ଣ ସେ ଧାର ନେତ୍ର ନ ଠାକଇ ତହିଁର ନବୀନ ଦର୍ପଣ ପରି ଝଟକଇ ସବୁଦିନେ ଦେଖ ଦିଶେ ନୂଆ ରେ

3

ସେ ଛୁରୀକି ଯେହୁ ଛୁଇଁବ ଜାତି କୁଳ ସବୁ ତେଜିବ ନ ପାରିଲେ ଧରି ନିଶ୍ଚେ ନାଶ ଯିବ ବିରହୀମାନଙ୍କ ପ୍ରାଣଖିଆ ରେ

4

ବୋଲେ ବନମାଳୀ ସେ ଛୁରୀ ସାନ ବଡ଼ ନୁହେଁ କାହାରି ଯାହା ସଙ୍ଗେ ଯେତେ ପୀରତି କରଇ ତେତିକି କରଇ କୁଆକୁଆ ରେ

Sources

Cite this record


Last updated 2026-11-01. Record as JSON