Brajaraja rajaki bharame lo sakhi
ବ୍ରଜରାଜ ରଜକୀ ଭରମେ ଲୋ ସଖୀ
Text
Ghoṣā
ବ୍ରଜରାଜ ରଜକୀ ଭରମେ ଲୋ ସଖୀ ସୁଖ ଦେଲା ଯେତେ ସେ ମୁରଲୀପାଣି ବସନ ନ ଜାଣି ଭ୍ରମେ ଆଣି ଦେଲା ମୋତେ
1
କି ସୁଖରେ ରାତି ବଞ୍ଚିଲି ମୁଁ ଛାତି ଉପରେ ଦେଇ ଅମ୍ବର ହେଲା ମୋତେ ପ୍ରତେ ସତେ କି ପୁରତେ ବିଜୟ ନାଗରବର
2
ପ୍ରଭାତୁଁ ଉଠନ୍ତେ ରଜକୀ ପ୍ରବେଶ ସଭ୍ରମେ ମାଗନ୍ତେ ବାସ ହାର ଲାଞ୍ଚ ଦେଇ କହିଲି ମଣାଇଁ ଆଜକ ଥାଉ ମୋ ପାଶ
3
ଏହିପରି ଯେତେ ଅଳଙ୍କାର ମୋର ଦିଅଇ ଦିନକୁ ଦିନ ରଖି ସେ ବସନ ତୋଷୁଥାଏଁ ମନ ହୋଇଲି ଭୂଷଣହୀନ
4
ଜଟିଳା ପୁଚ୍ଛିବେ ଯେତେବେଳେ ମୋତେ କି ବୋଲି ଦେବି ଉତ୍ତର ବୋଲେ ବନମାଳୀ ବୋଲ ଠାକୁରାଣୀ ଶୋଇଥିଲି ନେଲା ଚୋର