Etharaka syama dosa kara khyama
ଏଥରକ ଶ୍ୟାମ ଦୋଷ କର କ୍ଷମା
Text
Ghoṣā
ଏଥରକ ଶ୍ୟାମ ଦୋଷ କର କ୍ଷମା ରେ
1
ପଦ ତଳେ ପଡ଼ି ଯାଉଛନ୍ତି ସଢ଼ି ତୋଳ ହେଲେ ଶ୍ରୀମୁଖ ଚନ୍ଦ୍ରମା ରେ
2
ନ ଘୋଡ଼ା ଶ୍ରବଣ କହୁଛନ୍ତି ଶୁଣ କୃପାନିଧି ବୃଷଭାନୁ ଜେମା ରେ
3
କେତେ ଥର ସହି ଯାଇନାହୁଁ ସହି ଅପରାଧ ଯାକ ଘେନି ପ୍ରମା ରେ
4
ପଶୁପ ନଗରୀ ଶିରୀ ଯିବ ସରି ନ ଚାହିଁଲେ କେଶରୀ ମଧ୍ୟମା ରେ
6
ଗୋପାଳକୃଷ୍ଣ ସେ ସମୟରେ ଭାଷେ ଅର୍ଦ୍ଧ ହୋଇଗଲାନି ତ୍ରିଯାମା ରେ