Mohana riti chinha padila ma
ମୋହନ ରୀତି ଚିହ୍ନା ପଡ଼ିଲା ମା
Text
Ghoṣā
ମୋହନ ରୀତି ଚିହ୍ନା ପଡ଼ିଲା ମା
1
ଅପାର ରଜନୀ ହେଲା ରେ ସଜନୀ ପ୍ରାଚୀ ବଧୂକୁ ବିଧୁ ଚୁମ୍ବିଲା ମା
2
କି ଯୋଗରେ ଆଜ ସାଜିଥିଲି ସଜ କାନନ ମଲ୍ଲୀ ଦଶା ଘଟିଲା ମା
3
ତୋଳିଦେ ଗୋ ତଳ୍ପ ପୂରିଲା ସଂକଳ୍ପ ନିକୁଞ୍ଜ ଭାଗ୍ୟ ଭୋଗ ଅଣ୍ଟିଲା ମା
4
ପର ପୀରତିକି ପୁରୁଷ ଜାତିକି ପରତେ କଲା ଫଳ ମିଳିଲା ମା
5
ଗୋପାଳକୃଷ୍ଣ ସେ ସମୟରେ ଭାଷେ ଲୁଚିଛନ୍ତିଟି ସବୁ ଶୁଭିଲା ମା