Gīta

To upama tuhi ramamani

ତୋ ଉପମା ତୁହି ରାମାମଣି ଏ ସଂସାରେ

Text

Ghoṣā

ତୋ ଉପମା ତୁହି ରାମାମଣି ଏ ସଂସାରେ

1

କର ତୁ ଏ ଅନୁମାନ ନାନା ବସୁସାରେ ତୋ ସମାନ ମନକୁ ନ ଆସଇ ସୁସାରେ

2

ରସିଥାଏ ଯେ ରସନା ସୁମଧୁର ସାରେ ଘେନ ତ ମୋ ଧନ ସେ କି ଖେଳଇ କଷାରେ

3

ମୋହନା ମୁଁ ତୋହ ଅନୁଗ୍ରହ ଭରସାରେ ପ୍ରମୋଦେ ଚାଲଇ ଦେଇ ପ୍ରପଦ ରସାରେ

4

ମନାଇଁ ତୁ ରସନ୍ତେ ମୋ ଉତ୍ସଙ୍ଗ ବସାରେ ବାସବ ମୋ ଦମ ନୁହେ ଅଖଣ୍ଡ ଦଶାରେ

5

ଭୁଲାଉ ନୟନେ ଯେବେ ଲହସା ଖୋଷାରେ ଫୁଲଇ ମୋ ଛାତି ଭଲେ କୁଲାଏ ଓସାରେ

6

ଉରୁବଶୀ ବେଶ ହେଲେ ତୋ ସାମ୍ୟ ଆଶାରେ ମରିବି ସେ ଉଲୀ ସତେ କି ଲୋକହସାରେ

7

ମଣ୍ଡୁଥାଉ ଓଷ୍ଠକୁ ଯେ ସୁମନ୍ଦ ହସାରେ ଜରଜର ହୁଏ ମୋ ନୟନ ଘନସାରେ

8

ଜଳନ୍ତରାଧିରାଜର ସସ୍ନେହ ଭାଷାରେ ତିନ୍ତିଲା ସୁଦନ୍ତୀ ଲଜ୍ଜାଭର ବରଷାରେ

Sources

Cite this record


Last updated 2026-11-01. Record as JSON