Gīta

Bandhabi jana re

ବାନ୍ଧବୀ ଜାଣରେ

Text

Ghoṣā

ବାନ୍ଧବୀ ଜାଣରେ ମାନ ନ କର ଗୋରୀ ଚାରୁ ବିମ୍ବାଧରୀ ବାମ ହେଲୁ ତୁ କାମବାଣ ନେବଟି ପ୍ରାଣ

1

ସଖି ଏ କି ତୋ ରୀତି ଆଜ ରେ ଗଜଗତି ହୋଇ ଗୁମାନବତୀ ବସିଛୁ ମଥା ପୋତି (ପଡ଼ି) ତୋ ବିନା ମୋ ଅରାତି ହେଲା ଏ ଶଶି ରାତି ବୋଲାଇ ଦୟାବତୀ ଏ କି ଅପକୀରତି ତାର ତାର ମାରେ ମାର ଆନ ମାନ

2

ହୋଇ ସୁଜାଣମଣି ରସିକା କୁତୁକିନୀ ନଖେ ଚିରୁ ମେଦିନୀ ନୟନେ ଭରି ପାଣି (ପଡ଼ି) ଛାର କଥାରେ ରୁଷା ସାର କଲୁରେ ଯୋଷା ବରବରନା ଆଶା ଭରସା ତୁ ନ ଭସା ଦାସ ଦୋଷ ନାଶ ଆସ ଜୀବଧନ

3

ଆଉ ଏଣିକି କେବେ ଟାଳିବି ତୋତେ ଯେବେ ନ ଚାହିଁ ମୋତେ ଲବେ ଦଣ୍ଡିବୁ ରାମା ତେବେ (ପଡ଼ି) କବିଶଶୀ ବଦତି ଆସ ଆସ ମୋ କତି ସୁରପୁର ସମ୍ପତ୍ତି ପାତି ରଖିଛି ଛାତି ପାଶେ ବସ ରସି ଭାଷ ତୋଷ ମନ

Sources

Cite this record


Last updated 2026-11-01. Record as JSON