Gīta

Sehi na naba nabina kalia suna

ସେହି ନା ନବନବୀନା କାଳିଆ ସୁନା

Text

Ghoṣā

ସେହି ନା ନବନବୀନା କାଳିଆ ସୁନା ଯମୁନା ତଟେ ତୁ ଅନା ଉଭା ସେ କି ନା

1

ମଉଳା ତମାଳ ସରି ଦିଶିଯାଏ ଶ୍ୟାମ ଶିରୀ ନାହିଁ ତା ବଦନ ଝଳି ତୋ ଲାଗି ସିନା

2

ଅନୁସରି ତୋରେ ଗୋରୀ ନୟନୁ ନିଦ ପାଶୋରି ଉଜାଗରେ ପଡ଼େ ଢଳି ବରଜ କହ୍ନା

3

ଏବେ ହେଲେ ନ ଚାହିଁଲୁ କରମଣି ଦୂର କଲୁ କି ଯଶ ତୁ ଅରଜିଲୁ କହ ନବୀନା

4

ମାନ ସାନ କୁହା ଧନୀ ମୋହନେ ନୁହ ମାନିନୀ ଝରାଇ ନୟନୁ ପାଣି ଝୁରି ବସନା

Sources

Cite this record


Last updated 2026-11-01. Record as JSON