Jana galani chali chahani
ଜଣା ଗଲାଣି ଚାଲି ଚାହାଣୀ
Text
Ghoṣā
ଜଣା ଗଲାଣି ଚାଲି ଚାହାଣୀ କିଶୋରୀ ମଣି
1
ଲଳନାବର ଥରକୁ ଥର ଯମୁନାରୁ ନୀର ଅଣା ଲାଗିଲାନି
2
ବ୍ରଜେନ୍ଦ୍ର ସୁତ ନୟନ କୁନ୍ତ ଘାତ ବିବେକ ବୁଦ୍ଧି ବଣା କଲାନି
3
ତୋ ଭାବନାରେ ଶ୍ୟାମ ପଦରେ ମଦନ ରଜା ନିଉଁଛଣା ହେଲାନି
4
ପ୍ରାଣ ମିତଣୀ ବିନୟ ବାଣୀ ଆଡ଼ ଉହାଡ଼ରେ ରହି ଶୁଣାଗଲାନି
5
ଆସୁ ଜରତୀ ଚାହୁଁ ଝଟତି ଗୋପାଳକୃଷ୍ଣ ବୋଲଇ ହୁଏ ତୁନି