Gīta

Brajendra kumara tarani tanaya

ବ୍ରଜେନ୍ଦ୍ର କୁମାର ତରଣୀ ତନୟା

Text

Ghoṣā

ସେ ବ୍ରଜେନ୍ଦ୍ର କୁମାର ତରଣୀ ତନୟା ତରଣୀରେ ଆଜ କଲା କେତେ ହରବର

1

ପାରି କରିଦେବି ବୋଲି ସେ ପାରିକି ହାତ ଧରି ଘେନିଗଲା ତରୀରେ ବସାଇ ଅଗାଧ ବାରିରେ କ୍ଷେପଣୀ ଭସାଇ ଦେଲା

2

ଶ୍ରୀକିଶୋରଶଶୀ କରେ ଧରି ବଂଶୀ ଅଳପ ଅଳପ ହସି ସେ ପ୍ରାନ୍ତରେ ରହି ଦେଲା ମା ଝୁଲାଇ ଗଲା ଗଲା ବୋଲି ଭାସି

3

ଦ୍ୱୀପ ନିକଟରେ କଣ୍ଠ ଦଘ୍ନ ନୀରେ ନଉକା ଥକାଇ ଦେଲା ଜଣ ଜଣକୁ କାଖିଆଇ ପହଁରି ଏ ପାଖରେ ଛାଡ଼ିଦେଲା

4

ଆଣୁ ମୁଖେ ମୁଖ ଲଗାଇ ଦିଅଇ ଅଣାୟତ୍ତ ହେଲା ପରି ନିତମ୍ବରେ ହାତ ଦିଅଇ ଊର୍ଦ୍ଧ୍ୱକୁ ଟେକିଲା ପରାୟେ କରି

5

ଗୋପାଳକୃଷ୍ଣ କହଇ ତୁନି ହୁଅ ସେଠାରେ ଗଲା ସେ କଥା ବ୍ରଜଯାକ ସ୍ଫୁଟ ହୋଇଯିବ ଏବେ ଲାଜେ ନୁଆଁଇବ ମଥା

Sources

Cite this record


Last updated 2026-11-01. Record as JSON