Ke ki kahi ki bigidaila re
କେ କି କହି କି ବିଗିଡ଼ାଇଲା ରେ
Text
Ghoṣā
କେ କି କହି କି ବିଗିଡ଼ାଇଲା ରେ ମୋହନଙ୍କୁ ମହୀରେ ଗଡ଼ାଇଲା ରେ
1
ପ୍ରଥମ କରି ଆଜ ବ୍ରଜରାଜ ତନୁଜ ନେତ୍ରରୁ ନୀର ନିଗିଡ଼ାଇଲା ରେ
2
ତୋ ଲାଗି ରବିକନ୍ୟା ତୀର କୁସୁମ ବନ୍ୟା ନିକୁଞ୍ଜ ଯାକ କେତେ ଲୋଡ଼ାଇଲା ରେ
3
ଚାହୁଁ ଚମ୍ପକ ବଲ୍ଲୀ ସଜନୀ ତୁହି ବୋଲି ଶ୍ୟାମ ଶ୍ରୀଭୁଜରେ ତ ଭିଡ଼ାଇଲା ରେ
4
ପଡ଼ିଲା କେଡ଼େ ଦଣ୍ଡ ନବ ଶିଖୀ ଶିଖଣ୍ଡ ମୁକୁଟ ମଥାରୁ ଛଡ଼ାଇଲା ରେ
5
ଅଇଲି ସେ ସମୟ ହେଜି ମୁଁ କିଶଳୟ ପାଇଁ ସୁବଳଙ୍କୁ ଦଉଡ଼ାଇଲା ରେ
6
ଗୋପାଳକୃଷ୍ଣ ଭଣି ଶ୍ରୀମତୀଙ୍କି ସେକ୍ଷଣି ଭେଟାଇ ଶ୍ୟାମ ଦୁଃଖ ଛଡ଼ାଇଲା ରେ