Prana bandhua aja ta anauni
ପ୍ରାଣବନ୍ଧୁଆ ଆଜ ତ ଅନାଉଣି ନୂଆ ରେ
Text
Ghoṣā
ପ୍ରାଣବନ୍ଧୁଆ ଆଜ ତ ଅନାଉଣି ନୂଆ ରେ
1
ସ୍ମିତ କାନ୍ତି ପ୍ରସରୁ ସରୁମଧ୍ୟାରେ କରୁ ବସୁଧା ସୁଧାରେ ଗାଧୁଆ ରେ
2
ହିଆରେ ଢଳି ମୋର ସୁଆଦ ରଦାମ୍ବର ପିଆଇ ଧନ ମୋତେ ଜିଆ ରେ
3
ନିଶ ମରଦୁ ଅଛି କି ସମଜୁଛୁଛି ଛି ବିଷମ ବିଶିଖ ମଦୁଆ ରେ
4
ଅମଳ ମୃଦୁ ଦେହା ଶ୍ୟାମଳ ଉରେ ବୁହା ଯାମଳ ପୀୟୁଷ ମାଠିଆ ରେ
5
ଶ୍ରୀ ଜଗଦ୍ଦେବ ଭାଷେ ଦେବୀ ସବ୍ରୀଡ଼ ହାସେ ଅଣିମାଦି ସୁଖକୁ ଦିଆ ରେ