Jiba bandhabi re prana bandhabi re
ଜୀବବାନ୍ଧବୀ ରେ ପ୍ରାଣବାନ୍ଧବୀ ରେ
Text
Ghoṣā
ଜୀବବାନ୍ଧବୀ ରେ ପ୍ରାଣବାନ୍ଧବୀ ରେ ତୋ ବିନା ମୋତେ ନ ଦିଶେ ଆନ
1
ଜଗତେ ନାଗରୀମାନଙ୍କ ମାଧୁରୀ କରୁଥାଏ ମୁଁ ଯେ ଅନୁମାନ ଗୋଟିଏ ଗୁଣରେ ତୋ ନଖ କୋଣରେ ତୁଳିବାକୁ ନ ବଳଇ ମନ
2
ପୂର୍ବ ତପ ବଳେ କରିବ ଯେ ବଳେ ତୋ ମଧୁର ରଦଚ୍ଛଦ ପାନ ସୁଧା ନିର୍ଝରୀକି ମଧୁର କରି କି ଲେଖିବ ନ ଧରି ଅଭିମାନ
3
ତରୁଣୀ ତୋ ବାଣୀ ମୃଦୁ ମୃଦୁ ଠାଣି ଶୁଣିଥିବ ପୁଣି ଯାହା କାନ ସେ କି ଗଉରବ ଯୋଗ୍ୟ ବିଚାରିବ ଶୁକ ପିକ ବେଣୁ ବୀଣା ଗାନ
4
ଥରେ ଯାହା ଉର କରିଥିବ ତୋର ଘନ ପୀନ ସ୍ତନ ଆଲିଙ୍ଗନ କୁମ୍ଭି କୁମ୍ଭସ୍ଥଳ ଯୁଗଳକୁ ସ୍ଥୂଳ ମଣିବ କି ନ ବିଚାରି ନ୍ୟୂନ
5
ମଧ୍ୟ ଥିଲେ ସିନା ତୋର ସୁଦର୍ଶନୀ ଘଟନା କରନ୍ତି ଉପମାନ ହରିକଟି ଡାକି ବେଦୀ ମଧ୍ୟରେ କି କୃତାର୍ଥ କରନ୍ତେ ରୂପମାନ
6
ହେଳେ ଯେ ମନ୍ଦରସ୍ତନା ତୋ ସୁନ୍ଦର ଚାଲିରେ କରିବ ଦୃଷ୍ଟିହୀନ ଯେବେ ଥିବ ଲାଜ ରୁଚିବ କି ରାଜ -ହଂସ ଗଜରାଜ ଲୀଳା ଯାନ
7
ଜଣାଇବି କିସ ଶେଷ ମୁଖେ ଶେଷ ହେବାର ଆୟାସ ଯେ ବିଧାନ କହେ ଜଳନ୍ତର ମହୀ ପୁରନ୍ଦର ଥିବ ମାତ୍ର କିଛି ଅବଧାନ