Sukha lodi dukha re jadili
ସୁଖ ଲୋଡ଼ି ଦୁଃଖରେ ଜଡ଼ିଲି ଗୋ
Text
Ghoṣā
ସୁଖ ଲୋଡ଼ି ଦୁଃଖରେ ଜଡ଼ିଲି ଗୋ ନାଗର ରାଜଙ୍କୁ ଚାହିଁ । ମୋହ ପାପ ଆଖି ମୋତେ କଲା ଦୁଃଖୀ କାହାକୁ କହିବି ସହୀ
1
କି ସୁଖରେ ଥିଲି ଜାଣି ମୁଁ ନ ଥିଲି ଅନାଇଁ ଦେଲେ ପ୍ରମାଦ ଦେଖି ଛାଡ଼ି ନୋହେ ଛାଡ଼ିଲେ ବିଦେହେ ଚଳେ ଲୋକ ଅପବାଦ
2
ନୟନ ଯୁଗଳୁଁ ଜାଣିବାରେ ଜଳ ବହି ନ ଥିଲା ମୋହର ଏବେ ସେ କଜ୍ଜ୍ୱଳ ସହିତରେ ବୋଳ ବହି ହେଲା ହୃଦ ହାର
3
ନିରତରେ ଜର କରି ଜରଜର ସ୍ୱେଦରେ ହୋଇଲା ତନୁ ରଜନୀ ବାସର ହୋଇଲା ଅସର ନିମିଷେ ନ ଯାଏ ମନୁ
4
ବନମାଳୀ ଭଣି ଆଗୋ ଠାକୁରାଣୀ ଶିରୋମଣି ଶୁଣ ଶୁଣ ନେତ୍ରରଟି ବଶ ହୋଇଗଲେ ନାଶ କରଇ ଉତ୍ତମ ଗୁଣ