Anai delu ki radhe
ଅନାଇଁ ଦେଲୁ କି ରାଧେ
Text
Ghoṣā
ଅନାଇଁ ଦେଲୁ କି ରାଧେ କହ୍ନାଇ ମୂରତି ହୃଦେ ମନାଇଁ ନେଲୁ କି
1
ଶ୍ୟାମ ନଟବର ବେଶ ଅପୂର୍ବ କଥନ ଯେଉଁ ରୂପ କରୁଅଛୁ ଭୁବନ ମୋହନ
2
କୋଟିଏ ମଦନ ଯଦି ଗୋଟିଏ ହୋଇବ କଟି ସରୁଆ ଶୋଭାକୁ ସମ ତ ନୋହିବ
3
ଭ୍ରୂଲତା ଯୁଗଳ ତା କନ୍ଦର୍ପ ଶରାସନ ଚଞ୍ଚଳ ନୟନାଞ୍ଚଳ ଅଲକ୍ଷିତ ବାଣ
4
ତାର ପ୍ରତି ଅଙ୍ଗେ ପୂରିଅଛି ଶୋଭାରାଶି ରମା ଉମା ଶଚୀ ଯାର ପାଦତଳ ଦାସୀ
5
ସତୀ ମତିଭୁଲା ପରିବରତ ଉଜୁଡ଼ା ବୋଲେ ବନମାଳୀ କୁଳଛଡ଼ା ଘରବୁଡ଼ା