Anjana ganjana chhabi
ଅଞ୍ଜନ ଗଞ୍ଜନ ଛବି
Text
Ghoṣā
ଅଞ୍ଜନ ଗଞ୍ଜନ ଛବି ଶ୍ରୀ ଛାମୁକୁ ଥରେ ଯାଆ ମୋ ସଜନୀ କୁଞ୍ଜ ବନେ
1
ଆସ ନିରାଶ ତୁ ନ କର ବାସ ସୁମନ ପରିରେ ସରିଲା ହୃଦୟ ଗିର
2
ତେଜ ଗୁମାନ ମନୁ ତୋର ଧରୁଛି ତୋ କର ମୋତେ ମାର ତାପରୁ ଉଦ୍ଧାର
3
ଧରାରେ ତୋ ଯଶ ବିସ୍ତାର ତା ଅଧରାମୃତ ପାନ ଦାନେ ବିଳମ୍ବ ନ କର
4
ଘେନ ବାରେ ମିନତି ମୋର ଜଣାଇ ମଣାଇ ଶ୍ୟାମେ କହ ଦୁଃଖ ସମାଚାର
5
ବାଣୀ ଶୁଣି ଦୂତୀ ରାଧାର ଚଳେ ବନମାଳୀ ଶ୍ୟାମ ଛାମୁକୁ ହୋଇ ସତ୍ୱର