Aja brajaraja kumara raja pathare
ଆଜ ବ୍ରଜରାଜ କୁମର ରାଜପଥରେ
Text
Ghoṣā
ଆଜ ବ୍ରଜରାଜ କୁମର ରାଜପଥରେ ଯାଉଥିଲେ ଗୋ
1
ଗେଲେ ଗେଲେ ଖେମଟା ନାଚେ ଆସୁଥାନ୍ତି ଗୋକୁଳ ପଛେ ବାନ୍ଧି ଚୂଳ ମୟୂର ପୁଚ୍ଛେ ସେହି ସେ ପୂତନା ପ୍ରାଣ ଘେନା ଗୋ
2
ନୟନ କଜ୍ଜ୍ୱଳ ଲାଞ୍ଜି କିବା ମଦନ ଶର ସାଜି ନବ ଯୁବା ନାରୀ ମରମ ଖୋଜି ବିବେକ ବୁଦ୍ଧିକି କରେ ବଣା ଗୋ
3
ତାଙ୍କ ଯେଉଁ ଶ୍ରୀମୁଖ ଶୋଭା ଦେଖି କେ ବା ନୋହିବେ ଲୋଭା ଉପେକ୍ଷିବେ ନାରୀ କେ ନବ ଯୁବା କହିଥିଲେ ଯାହା କହି ନୋହେ ଗୋ
4
ତାଙ୍କ ଯେଉଁ ଭୂରୁ ଛଟକ ଚାହିଁଲେ କି ଆଉ ପଡ଼େ ପଲକ ଏହି ରୀତି ଥିଲେ କାଳକ ଯାକ ଆଉ କି ବଞ୍ଚିବେ ଗୋପାଙ୍ଗନା ଗୋ
5
କରୀବର ଗତିକି କରି ହରି କରେ ମୁରଲୀ ଧରି କରୀବର କର ଶିରୀକି ଧରି ସଧୀରେ ବଂଶୀ ବଜାଉଥିଲେ ଗୋ
6
ବନମାଳୀ କହଇ ଗୀତେ ତାର ଛବି କହିବି କେତେ ଦେଖିଲା ବେଳକୁ ଚିତ୍ତ ଛନ୍ନ ଛନ୍ନ ମନକୁ ମୋହର ମୋହି ନେଲେ ଗୋ