Alo parana sahi tuchhaku sina e rosa
ଆଲୋ ପରାଣ ସହୀ ତୁଚ୍ଛାକୁ ସିନା ଏ ରୋଷ
Text
Ghoṣā
ଆଲୋ ପରାଣ ସହୀ ତୁଚ୍ଛାକୁ ସିନା ଏ ରୋଷ ଅଛି ବହି
1
କଲେ ମୁଁ ନିରାଶ ରାସବିହାରୀଙ୍କି ଜାଣି ତା ହୁଅଇ ଦୀନ ଜଗି କେତେ କରେ ଦୈନ୍ୟ ମୋତେ ଚାହିଁ ପ୍ରତିଦିନ ସଖୀ ଏ କି
2
ବଢ଼ାଉଛି ମୁହିଁ ଯେତେ ଅନାଦର ବଢ଼ାଇଲା ମନେ ତାର ସବୁ ଏ ପ୍ରେମ ସଞ୍ଚାର ପୂରୁବୁଁ ଅଧିକେ କଲା ଆଦର ସଖୀ ଏ କି
3
ନାନା ଗାଳି ଦେଲେ ମଣେ ପରିହାସ ତେଜ ମୁଖ ପରସନ୍ନ କରଇ ତା ଦରଶନ ପ୍ରଣୟ କୋପ ଏ ବୋଲି ହୁଏ ତୋଷ ସଖୀ ଏ କି
4
ଦୂରୁ ଚାହିଁ ଅନ୍ତର ମୁଁ ହେଲି ସଖୀ ଜାଣଇ ମୋହର ଲୋଭ ବଢ଼ିବାକୁ ଏ ଆରମ୍ଭ କରେ କରୀନ୍ଦ୍ରଗମନା ହୁଏ ସୁଖୀ ସଖୀ ଏ କି
5
ଦେଲେ ଅପବାଦ ଅସହଣୀମାନେ ସେ ତ ଅତ୍ୟନ୍ତ ଲମ୍ପଟ ମଣଇଁ ହେଲି ମୁଁ ଶ୍ରେଷ୍ଠ ଏଥି ମୋ କି ଦୋଷ ନ ବିଚାର ମନେ ସଖୀ ଏ କି
6
ଶୁଣ ପ୍ରିୟ ଆଳି ବୋଲେ ଗଲା ଜଣା ଆମ୍ଭେ ତା ନ ଦେଖୁଁ ଦିନେ ନ ଶୁଣୁ ତାହା ଶ୍ରବଣେ ବନମାଳୀକି ପରତେ ପ୍ରତାରଣା ସଖୀ ଏ କି