Gīta

Aha ki danda asi padila

ଆହା କି ଦଣ୍ଡ ଆସି ପଡ଼ିଲା

Text

Ghoṣā

ଆହା କି ଦଣ୍ଡ ଆସି ପଡ଼ିଲା କାନ୍ତ ଆସିବା କଣ୍ଟ ଗଡ଼ିଲା କଣ୍ଠୁ ରତନ ହାର ତୁଟିଲା କେଶୁ କୁସୁମ ଗଭା ଲୁଟିଲା

1

ବିଦେଶେ ଗଲା ବେଳେ କହିଗଲେ ଯାଇଣ ଆସିବି ବୋଲି ବୋଇଲେ କେଉଁ ନାରୀ ତାଙ୍କୁ କି ମନ୍ତ୍ର ପଢ଼ାଇ ମୋର ଗଳାକୁ କାଟିଲା

2

ନାଥର ହୃଦୟ ପଥର ହେଲା କେ ପ୍ରୀତି ପାସୋରା ମନ୍ତର ଦେଲା ଏକାଳେ ଏକାକୀ କିପରି ବଞ୍ଚିବି ଭୁଜଙ୍ଗ ଭକ୍ଷ ରଟିଲା

3

ସାହା କେହି ନାହିଁ ନାହା ବାହାରେ ଯାହା ହୁଏ ଦେହ ସ୍ମର ଦାହାରେ ହୃଦର ବେଦନା କାହାକୁ କହିବି ନୀରେ ଉରଜ ବୁଡ଼ିଲା

4

ରାଧା ବିରହ ବ୍ୟାଧି ସଖୀ ଦେଖି ବନମାଳୀ ବୋଲେ ଶୁଣ ଗୋ ସଖୀ ମଥୁରାରୁ କୃଷ୍ଣ ଲେଉଟି ଆସନ୍ତେ କୁବୁଜା ମନ ମୋହିଲା

Sources

Cite this record


Last updated 2026-11-01. Record as JSON