Ahe nilachala pratapa apanankara
ଆହେ ନୀଳାଚଳ ପ୍ରତାପ ଆପଣଙ୍କର
Text
Ghoṣā
ଆହେ ନୀଳାଚଳ ପ୍ରତାପ ଆପଣଙ୍କର ଗଲା କାହିଁ ମୋହ ବିପତ୍ତି କୁମ୍ଭୀର ଶିରକୁ ତ ଅସିଧାର ନ କାଟଇ । ଘୋଷା ,
1
କୁମ୍ଭୀର ଡାକ ଶୁଣିଲ ଶତ ଯୋଜନରେ ଥିଲ କିଞ୍ଚିତରେ ନିକଟେ ଡାକକୁ ମୋର ମୃଦୁ ଶ୍ରବଣ କୁହର କି ଚିତ୍ତରେ
2
ନବନୀତ ପ୍ରାୟ ଦ୍ରବି ଯାଅ ଅପର ତାପ ଦେଖି ହୁଅ ଦୁଃଖୀ ଦୀନବାନ୍ଧବ ପଦବୀ ଛାଡ଼ିଦେଲ କିମ୍ପା ଦ୍ରବି ମୋତେ ଦେଖି
3
ଧନ୍ୟ ମୋହର ପାତକ ତୁମ୍ଭେ ହେଉଛ ଆତଙ୍କ ମୋତେ ଚାହିଁ ଅଜାମିଳ ପୁଣ୍ୟ ଟେକ ସଙ୍କେତରେ ଦେଲା ଡାକ କଲ ତ୍ରାହି
4
ପତିତ ତାରଣ ହୋଇ ଆଉ କେ ଅଛନ୍ତି ଦିଅ କହି ବନମାଳୀ ଦୁଃଖ ସହି ସଂସାର ବିନାଶ ପାଇଁ ଭଜୁଥାଇ