Ahe jagabandhu tumbha binu muhi
ଆହେ ଜଗବନ୍ଧୁ ତୁମ୍ଭ ବିନୁ ମୁହିଁ
Text
Ghoṣā
ଆହେ ଜଗବନ୍ଧୁ ତୁମ୍ଭ ବିନୁ ମୁହିଁ ନ ଜାଣେ ଆନ ଦେବତା ଆପଣ କରୁଣା ଊଣା କଲେ ଆଉ ନାହିଁଟି କେହୁ ରଖନ୍ତା
1
ସ୍ୱପନରେ ଦିନେ ଚାହିଁ ନାହିଁ ରହି ତପନକୁ ଭଲ କରି ଜପ ନ କରଇ ଶରଧାରେ ପଞ୍ଚ ଲପନଙ୍କ ନାମ ଧରି
2
ସର୍ବତୋ ପ୍ରକାରେ ନ ପ୍ରବର୍ତ୍ତେ ଚିତ୍ତ ପର୍ବତ ନନ୍ଦନା ଠାରେ ଖର୍ବ ତନୁରେ ମୁଁ ନ କରଇ ସ୍ତୁତି ପର୍ବ ତିଥି ମାନଙ୍କରେ
3
ଶ୍ରୁତିରେ ନ ଶୁଣେ ରତିଏ ବସି ମୁଁ ସ୍ମୃତି ଯାହା ଛନ୍ତି ଲେଖି ସ୍ଫୁର୍ତ୍ତି ନୁହଇ ଆନ ଦେବୀ ଦେବତା ମୂର୍ତ୍ତି ତୁମ୍ଭର ନିରେଖି
4
ମନ ବଚନ କର୍ତ୍ତବ୍ୟରେ ତୁମ୍ଭର ଅନବରତରେ ମୁହିଁ ଅବଧାନ ନ ହୋଇଲେ ମୁଁ ଭାସିଲି ବନମାଳୀ ଏତେ କହି