Eniki au na pare sahi
ଏଣିକି ଆଉ ନ ପାରେ ସହି
Text
Ghoṣā
ଏଣିକି ଆଉ ନ ପାରେ ସହି ଦୁଃଖେ ପ୍ରିୟ ସହୀ ଲୋଟଇ ମହୀ
1
ଏ ଜୀବନ ଧନ ଯେଉଁ ଜୀବନ ଦୂରେ ରଖି କେହି ବଞ୍ଚିବ ଦିନ
2
ଆହା ବୋଲିବାକୁ ନାହିଁ କେ ସାହା ସଞ୍ଚିଥିବ କୁହା ଲୋତକ ବୁହା
3
ଆଜନମ ସୁଖୀ ନବ ଛଇଳା ମୋହ ଲାଗି କେତେ ଦୁଃଖ ସହିଲା
4
ଲାବଣ୍ୟ ପିତ୍ତୁଳା ପ୍ରେମ ସୁଆଗୀ ମୋର ଲାଗି ସବୁ ସୁଖ ତିଆଗୀ
5
ନାଚଇ ନୟନେ ଅନବରତେ ତା ମୋହିନୀ ଛବି ଅତି ଆରତେ
6
ରଖିଲାଣି ମନ ତାର ଧିଆନେ ସହିଲାଣି ଦେହ କୁସୁମ ବାଣେ
7
ବନମାଳୀ ବୋଲେ ନନ୍ଦନନ୍ଦନ ଗୋପେ ଚଳ ରାଧା ହୃଦ ଚନ୍ଦନ